ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ କରିଥିବା ଆହ୍ୱାନକୁ ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ସଂଗଠନ ପକ୍ଷରୁ ସ୍ବାଗତ

ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମଇ ମାସ ୩୦ ତାରିଖ ଶନିବାର ସନ୍ଧ୍ୟା ୫.୩୦ ସମୟରେ କରୋନା ପରି ଏକ ମହାମାରୀ ନିଜକୁ ନିୟୋଜିତ କରିଥିବା ଆମ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇ "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ଗାନ କରିବାକୁ ଆହ୍ୱାନ ଦେଇଛନ୍ତି ,ଏହି ନିଷ୍ପତ୍ତିକୁ ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ସ୍ବାଗତ ଜଣାଇ ମା' ର ସଂଗୀତ "ବନ୍ଦେ ଉତ୍କଳ ଜନନୀ" ଗାନ କରିବାକୁ ସଂଗଠନ ର ସମସ୍ତ କାର୍ଯ୍ୟକର୍ତ୍ତା ମାନେ କହିଛନ୍ତି।
ସଂଗଠନର ଚେୟାରମେନ ପ୍ରିୟ ରଂଜନ ନାୟକ କହିଛନ୍ତି ଆମ ସଂଗଠନ ଉତ୍କଳ ବାସୀ ଓ ଉତ୍କଳ ସଂସ୍କୃତିକୁ ପ୍ରତ୍ୟେକଟି ଓଡ଼ିଆ ମନରେ ପ୍ରସ୍ଫୁଟିତ କରିବା ପାଇଁ ସବୁବେଳେ ଚିନ୍ତା ପ୍ରକଟ କରୁଥିବା ସମୟରେ ଉତ୍କଳର ଏଭଳି ଏକ ସାମୁହିକ କାମରେ ଆମେ ନିଜକୁ ନିୟୋଜିତ କରିଲେ କିଛି ମାତ୍ରାରେ ଆମ ସଂଗଠନ ଲକ୍ଷ୍ୟ ପୂରଣ  ହେବ ବୋଲି ସଂଗଠନର ଆଶା ଓ ଭରସା

Comments

Popular posts from this blog

New leader of OESA

ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ପକ୍ଷରୁ ଯାଜପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ